ଗଞ୍ଜାମରେ ବାହାଘର ପାଇଁ ୧୦୦ ଯାତ୍ରୀଙ୍କୁ ଅନୁମତି

ବ୍ରହ୍ମପୁର,ଏନ୍ଏନ୍ଏସ୍: କୋଭିଡ ସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ କଡ଼ା ପଦକ୍ଷେପ ନିଆଯାଇଛି। ଏଣିକି ଜିଲ୍ଲାରେ ବିବାହ ଭୋଜି ପାଇଁ ପ୍ରଶାସନ ପକ୍ଷରୁ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ଏଥିସହିତ ଭୋଜିରେ ପ୍ୟାକିଂ ଖାଦ୍ୟ ଦିଆଯିବ। ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।