ଟ୍ରେନ୍ ଯାତ୍ରୀଙ୍କ ଠାରୁ ୧୦୦ଟି ଜିଲେଟିନ୍ ଷ୍ଟିକ୍ ଓ ୩୫୦ଟି ଡିଟୋନେଟର ଜବତ

କେରଳ,ଏଜେନ୍ସି: କେରଳର କୋଝିକୋଡ ରେଳ ଷ୍ଟେସନରେ ଏକ ଟ୍ରେନ ଯାତ୍ରୀଙ୍କ ଠାରୁ ବ୍ୟାପକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରେଳ ସୁରକ୍ଷା ବାହିନୀ ଟ୍ରେନରୁ ୧୦୦ରୁ ଅଧିକ ଜିଲେଟିନ୍ ଷ୍ଟିକ୍ ଏବଂ ୩୫୦ଟି ଡିଟୋନେଟର ଜବତ କରିଛି। ଚେନ୍ନାଇ ମଙ୍ଗଳାପୁରମ୍ ଏକ୍ସପ୍ରେସ -୦୨୬୮୫ରୁ ଏହି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ମହିଳା ଯାତ୍ରୀ ଜଣଙ୍କ ତାମିଲନାଡୁ ଅଞ୍ଚଳର ବୋଲି ଜଣାପଡ଼ିଛି। ମହିଳାଙ୍କ ସିଟ୍ ତଳୁ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମହିଳା ଜଣଙ୍କ ସ୍ୱୀକାର କରିଛନ୍ତି ଯେ ସେ ଖୋଳିବା ପାଇଁ ଜିଲେଟିନ୍ ଷ୍ଟିକ୍ ଓ ଡିଟୋନେଟରର ବ୍ୟବହାର କରନ୍ତି।