ନୀଳମାଧବ ପୀଠର ବିକାଶ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: କଣ୍ଟିଲୋ ନୀଳମାଧବ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି କାମ ୧୮ ମାସରେ ଶେଷ ହେବ । ମନ୍ଦିରର ପୁନରୁଦ୍ଧାର, ଦର୍ଶନ ସହ ପରିକ୍ରମା ବ୍ୟବସ୍ଥା ମଧ୍ୟ କରାଯିବ । ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟକରଣ ଓ ଚତୁଃପାର୍‌ଶ୍ୱ ରାସ୍ତା ଉନ୍ନତୀକରଣ ହେବ । ଯାତ୍ରୀଙ୍କ ଜିନିଷ ରଖିବାକୁ କ୍ଲକ୍ ରୁମ୍ ପଦପ୍ରକ୍ଷାଳୟ ବ୍ୟବସ୍ଥା ହେବ । ମନ୍ଦିର ସୁରକ୍ଷା ପାଇଁ ମହାନଦୀରେ ୪ଶହ ମିଟର ସୁରକ୍ଷା ପ୍ରାଚୀର ହେବ ବୋଲି ସୂଚନା ମିଳିଛି ।