ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଜା

ରାୟଗଡା,ଏନ୍ଏନ୍ଏସ୍: ନାବଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ମିନା ହିକକାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ରାୟଗଡ଼ା ପୋସ୍କୋ ସ୍ୱତନ୍ତ୍ର ଅଦାଲତ। ଏଥିସହ ୩ହଜାର ଟଙ୍କା ଜରିମାନା ସହ ଅନାଦେୟ ଆଉ ୩ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ଗତ ୨୦୧୭ ମସିହାରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁମୁଟିମୁଣ୍ଡା ଗ୍ରାମରେ ଏକ ୧୬ ବର୍ଷର ନାବଳିକାକୁ ଅଭିଯୁକ୍ତ ମିନା ହିକକା ଦୁଷ୍କର୍ମ କରିଥିଲେ । ଏନେଇ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ସମୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଜେଲ ପଠାଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମିନା ହିକକା ଜାମିନରେ ଆସିଥିଲା। ତେବେ ଶୁକ୍ରବାର ରାୟଗଡ଼ା ପୋସ୍କୋ ସ୍ୱତନ୍ତ୍ର ଅଦାଲତ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।