୬ଲକ୍ଷ ଟଙ୍କା ଲୁଟ ଘଟଣାରେ : ୪ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ 

ରାୟଗଡା, ଏନ୍ଏନ୍ଏସ୍ : ଘରେ ପଶି ମହିଳାଙ୍କୁ ବାନ୍ଧି ସୁନା ଲୁଟ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲା ଦୈାରା ଜର୍ଜ ଆଶିଷକୁମାର ତ୍ରିପାଠୀ।  ୨୦୧୪ ମସିହା ରାୟଗଡା ଟାଉନ ଥାନା ବିଦ୍ୟା ନଗର ଅଚଂଳରେ ଘଟିଥିବା ମାମଲାର ଶୁଣାଣି କରି କୋର୍ଟ ସୋମବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଚିତରଞ୍ଜନ ରଥ, ଗୌରୀ ଜନର୍ଦନ ରାଓ, ତ୍ରିନାଥ ମାହାନ୍ଦିଆ ଓ ଭେଙ୍କେଟଣ ହୁଇକାଙ୍କ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୭ ତାରିଖ ଦିନ ଅଭିଯୁକ୍ତ କୋରିଅର ବୟ ପରିଚୟ ଦେଇ ପ୍ରେମଚାନ୍ଦ ଅଗ୍ରୱାଲଙ୍କ ଘରକୁ ଯାଇଥିଲେ। ଡାକ ଶୁଣି ପ୍ରେମଚାନ୍ଦଙ୍କ ବୋହୁ ସ୍ମୃତି ଅଗ୍ରୱାଲ ବାହରକୁ ଆସିବା ପରେ ଅଭିଯୁକ୍ତମାନେ କୋରିଅର ଆସିଛି ରିସିଭ କରିବା ପାଇଁ କହିଥିଲେ । ସ୍ମୃତି ଶ୍ୱଶୁର ପ୍ରେମଚାନ୍ଦ ଆସିବା ପରେ ପାର୍ସଲ ଦେବାକୁ କହି ଘର ଭିତରକୁ ଚାଲିଯାଇଥିଲେ । କିନ୍ତୁ ପୁଣି ଅଭିଯୁକ୍ତମାନେ ଘର ଭିତରେ ପଶି ସ୍ମୃିତିଙ୍କୁ ବାଥରୁମ ଭିତରେ ରଖି କବାଟ ବନ୍ଦ କରିଦେଇଥିଲେ। ପରେ ଘର ଆଲମିରା ଭାଙ୍ଗି ୬ଲକ୍ଷ ଟଙ୍କା ସୁନା ଅଳଙ୍କାରକୁ ଦୁର୍ବୃତ ଲୁଟିନେଇଥିଲେ। ବହୁ କଷ୍ଟରେ ସ୍ମୃତି କବାଟ ଭାଙ୍ଗି ବାଥରୁମରୁ ବାହାରି ଘର ମାଲିକ ବିଜୟକୁମାର ବେହେରାଙ୍କୁ ଘଟଣା ସଂମ୍ପର୍କରେ କହିଥିଲେ। ଘର ମାଲିକ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବା ସହ ପ୍ରେମଚାନ୍ଦଙ୍କୁ ଡାକିଥିଲେ । ଏ ନେଇ ରାୟଗଡ଼ା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତ୍ରିନାଥ ମହାନ୍ଦିଆ, ଚିତରଞ୍ଜନ ରଥ, ଭେଙ୍କଟେଶ ହୁଇକା, ଲେଙ୍କା ଗୌରୀ ଜନାର୍ଦନ ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୋମବାର ମାମଲାର ବିଚାର କରି ଅତିରିକ୍ତ ଜିଲା ଦୌରା ଜଜ ଅଭିଯୁକ୍ତଙ୍କୁ ୧୦ବର୍ଷ କରାଦଣ୍ଡାଦେଶ ଶୁଣାଥଇଛନ୍ତି । ଉକ୍ତ ମାମଲାର ବରିଷ୍ଠ ସରକାରୀ ଓକିଲ ମହେଶ୍ୱର ମହାପାତ୍ର ମାମଲାର ପରିଚାଳନା କରୁଥିଲେ।