ସପ୍ତମ ବେତନ କମିଶନର ସଂଶୋଧିତ ଦରମାର ୧୦ ପ୍ରତିଶତ ମିଳିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: କର୍ମଚାରୀମାନଙ୍କର ବାକିଆ ଥିବା ସଂଶୋଧିତ ବର୍ଦ୍ଧିତ ଦରମାର ୧୦ ପ୍ରତିଶତ ଅର୍ଥ ଉଠାଇବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଏହି ଅର୍ଥ ବିଭିନ୍ନ ବିଭାଗ, ମୁଖ୍ୟ ଦପ୍ତର ଏବଂ ଜିଲ୍ଲାପାଳମାନଙ୍କୁ ଉଠାଇବା ପାଇଁ କୁହାଯାଇଛି । ଏ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ସାଧାରଣ କର୍ମଚାରୀମାନଙ୍କ ଭଳି ୱାର୍କ ଚାର୍ଜମାନଙ୍କୁ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଇବା ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ସପ୍ତମ ବେତନ କମିଶନ ଲାଗୁ କରିବା ପରେ ୪୦ ପ୍ରତିଶତ ସଂଶୋଧିତ ବର୍ଦ୍ଧିତ ଦରମା ୨୦୧୭-୧୮ରେ ପ୍ରଦାନ କରିଥିଲେ । ୬୦ ପ୍ରତିଶତ ବାକି ରହିଥିଲା । ଏଥିରୁ ୧୦ ପ୍ରତିଶତ ସମ୍ପୃକ୍ତ ସଂସ୍ଥାର କର୍ତୃପକ୍ଷଙ୍କୁ ଉଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।