କରୋନା କାୟା: ଦିନକରେ ପାଖାପାଖି ୧୦ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଆମେରିକା ଓ ବ୍ରାଜିଲ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ସର୍ବାଧିକ ୯ହଜାର ୮୫୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୬ ହଜାର ୭୭୦ରେ ପହଂଚିଛି। ସେହିପରି ଦିନକରେ ୯ହଜାର ଲୋକ ସୁସ୍ଥ ହୋଇଥିବାବେଳେ ୨୭୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ୬ହଜାର ୩୪୮ ରହିଛି।

ସୂଚନାଯୋଗ୍ୟ, ନୂଆ ମାମାଲା ବଢ଼ିବା କ୍ଷେତ୍ରରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି। ଦିନକରେ ବ୍ରାଜିଲରେ ୨୭ ହଜାର ୩୧୨ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଆମେରିକାରେ ୨୦ ହଜାର ୫୭୮ଟି ଓ ଭାରତରେ ୯ହଜାର ୮୫୧ଟି ରହିଛି। ଆମେରିକା, ବ୍ରାଜିଲ, ଋଷ, ବ୍ରିଟେନ, ସ୍ପେନ ଓ ଇଟାଲୀ ପରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି।