ବସ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ସହାୟତା

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ବେସରକାରୀ ବସ କର୍ମଚାରୀ ସଂଘ ପକ୍ଷରୁ ଆଜି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ରତ୍ନାକର ସିଂ ଏହି ସହାୟତା ରାଶି ପ୍ରଦାନ କରିଥିବା ବେଳେ କର୍ମଚାରୀମାନଙ୍କ କରୋନା ଯୋଦ୍ଧା ଭାବେ ଘୋଷଣା ନେଇ ଦାବି କରିଛନ୍ତି।

କର୍ମଚାରୀମାନେ ୩ ମାସ କାଳ ରୋଜଗାର ହରାଇ ବସିଥିବା ବେଳେ ସରକାର କର୍ମଚାରୀଙ୍କ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କାର କର୍ମଚାରୀ କଲ୍ୟାଣ ପାଣ୍ଠି ଘୋଷଣା କରିବାକୁ ଦାବି କରିଛନ୍ତି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।