୧୦ ପିଏସ୍‌ୟୁ ବ୍ୟାଙ୍କ୍‌ର ବୃହତ୍ତ ମିଶ୍ରଣ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,ଏଜେନ୍ସି: ୧୦ଟି ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ (ପିଏସ୍‌ୟୁ) ବ୍ୟାଙ୍କ୍‌କୁ ୪ଟି ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଛି । ଏହି ବୃହତ୍ତ ମିଶ୍ରଣ ଘୋଷଣା କଥା ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଘୋଷଣା ହେବା ପରଠାରୁ ଅର୍ଥାତ୍‌ ବୁଧବାର ଠାରୁ ଏହା କାର୍ୟ୍ୟକାରୀ ହେଲା ବୋଲି ଶ୍ରୀମତୀ ସୀତାରମଣ ପ୍ରକାଶ କରିଛନ୍ତି । ଆଜିଠୁ ଏହି ୧୦ଟି ବ୍ୟାଙ୍କର ଗ୍ରାହକମାନେ ମିଶ୍ରଣ ହୋଇଥିବା ବ୍ୟାଙ୍କ ସହ ସେମାନଙ୍କର ଗ୍ରାହକ ପରିଚୟ ମିଳିବ ବୋଲି ଶ୍ରୀମତି ସୀତାରମଣ ପ୍ରକାଶ କରିଛନ୍ତି ।

ପଞ୍ଜାବ ବ୍ୟାଙ୍କ୍‌ ସହ ୟୁନାଇଟେଡ଼ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସର ମିଶ୍ରଣ
ୟୁନାଇଟେଡ଼ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସର ସମସ୍ତ ଶାଖା ଆଜିଠୁ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ (ପିଏନ୍‌ବି)ଭାବରେ କାମ କରିବ । ୟୁନାଇଟେଡ଼ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସର ଗ୍ରାହକମାନେ ଆଜିଠୁ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ଗ୍ରାହକ ଭାବେ ମାନ୍ୟତା ପାଇବେ । ଏହି ମିଶ୍ରଣ ଫଳରେ ପିଏନ୍‌ବି ଉଭୟ କାରବାର ଓ ଶାଖା ନେଟ୍‌ଓ୍ଵାର୍କ ଅନୁଯାୟୀ ଦେଶର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କର ମାନ୍ୟତା ପାଇଲା । ବ୍ୟାଙ୍କର ବ୍ୟବସାୟ ୧୮ ଲକ୍ଷ କୋଟିକୁ ବୃଦ୍ଧି ପାଇଲା । ସେହିପରି ଏହାର ବ୍ରାଞ୍ଚ୍‌ ୧୧୦୦୦ ଓ ୧୩୦୦୦ ଏଟିଏମ୍‌ କୁ ବୃଦ୍ଧି ହେଲା ବୋଲି ଜଣାପଡିଛି ।

କାନାରା ବ୍ୟାଙ୍କ୍‌ ଓ ସିଣ୍ଡିକେଟ୍‌ ବ୍ୟାଙ୍କ୍‌ ମିଶ୍ରଣ
କାନରା ବ୍ୟାଙ୍କ୍‌ ସହ ସିଣ୍ଡିକେଟ୍‌ ବ୍ୟାଙ୍କ୍‌ ମିଶିବା ପରେ ଏହା ୧୫.୨୦ ଲକ୍ଷ କୋଟିର ବ୍ୟବସାୟ ସହିତ ୪ର୍ଥ ବୃହତ୍ତମ ବ୍ୟାଙ୍କ୍‌ର ମାନ୍ୟତା ପାଇଲା । ସିଣ୍ଡିକେଟ୍‌ ବ୍ୟାଙ୍କ୍‌ର ଗ୍ରାହକମାନେ ଆଜିଠୁ କାନାରା ବ୍ୟାଙ୍କ୍‌ର ଗ୍ରାହକ ଭାବେ ମାନ୍ୟତା ପାଇବେ ।ବ୍ୟାଙ୍କର ବ୍ୟବସାୟ ୧୫.୨୦ କୋଟିକୁ ବୃଦ୍ଧି ପାଇଲା । ସେହିପରି ଏହାର ବ୍ରାଞ୍ଚ୍‌ ୧୦୩୯୧ ଓ ୧୨୮୨୯ ଏଟିଏମ୍‌ କୁ ବୃଦ୍ଧି ହେଲା ବୋଲି ଜଣାପଡିଛି ।

ୟୁନିଅନ୍‌ ବ୍ୟାଙ୍କ୍‌ ସହ ଆନ୍ଧ୍ରା ବ୍ୟାଙ୍କ୍‌ ଓ କର୍ପୋରେସନ୍‌ ବ୍ୟାଙ୍କ୍‌ର ମିଶ୍ରଣ
ୟୁନିଅନ୍‌ ବ୍ୟାଙ୍କ୍‌ ସହ ଆନ୍ଧ୍ରା ଓ କର୍ପୋରେସନ୍‌ ବ୍ୟାଙ୍କ୍‌ ମିଶିବା ପରେ ୟୁନିଅନ୍‌ ବ୍ୟାଙ୍କ୍‌ ଦେଶର ୫ମ ବୃହତ୍ତମ ବ୍ୟାଙ୍କ୍‌ର ମାନ୍ୟତା ପାଇଲା । ଆଜିଠୁ ଏହି ଉଭୟ ବ୍ୟାଙ୍କ୍‌ର ଗ୍ରାହକମାନେ ୟୁନିଅନ୍‌ ବ୍ୟାଙ୍କ୍‌ର ଗ୍ରାହକ ଭାବେ ପରିଗଣତି ହେବେ । କାମରେ ବାଧା ନ ଉପୁଜିବା ପାଇଁ ଗ୍ରାହକଙ୍କର ଏକାଉଣ୍ଟ ନମ୍ବର, ଆଇଏଫ୍‌ସି କୋଡ୍‌, ଡେବିଟ୍‌/କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ୍‌/ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ପୋର୍ଟାଲ ଓ ଲଗ୍‌ଇନ୍‌ କ୍ରେଡେନ୍‌ସିଆଲ୍‌ ସମାନ ରହିବ ।

ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଓ ଆଲ୍‌ହାବାଦ୍‌ ବ୍ୟାଙ୍କ୍‌
ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଓ ଆଲ୍‌ହାବାଦ୍‌ ବ୍ୟାଙ୍କ୍‌ର ମିଶ୍ରଣ ପରେ ଉଭୟ ବ୍ୟାଙ୍କର ଗ୍ରାହକମାନେ ଇଣ୍ଡିଆନ୍‌ ବ୍ୟାଙ୍କରଗ୍ରାହକ ଭାବେ ପରିଗଣତି ହେବେ । ଉଭୟ ବ୍ୟାଙ୍କ୍‌ର ମିଶ୍ରଣ ପରେ ଇଣ୍ଡିଆନ୍‌ ବ୍ୟାଙ୍କ ଦେଶର ୭ମ ବୃହତ୍ତମ ବ୍ୟାଙ୍କ୍‌ର ମାନ୍ୟତା ପାଇଲା । ମିଶ୍ରଣ ପରେ ଇଣ୍ଡିଆନ୍‌ ବ୍ୟାଙ୍କର ବ୍ୟବସାୟ ୮.୦୮ କୋଟିକୁ ବୃଦ୍ଧି ପାଇଲା । ସେହିପରି ଏହାର ବ୍ରାଞ୍ଚ୍‌ ୬୦୬୦ ଓ ୨୮୭୦ ଏଟିଏମ୍‌ କୁ ବୃଦ୍ଧି ହେଲା ବୋଲି ଜଣାପଡିଛି ।