ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ ଓ ଗୃହ ସଙ୍ଗରୋଧରୁ ଜଣକୁ ମିଶାଇ ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ତାମିଲନାଡ଼ୁ- ୧, କର୍ଣ୍ଣାଟକ-୨ ଓ ମହାରାଷ୍ଟ୍ର ରାଜ୍ୟରୁ-୧ ଫେରି ସିଧାସଳଖ ଭାବେ ବ୍ଲକ୍ ସଙ୍ଗରୋଧ କେନ୍ଦ୍ର ଓ ଗୃହ ସଙ୍ଗରୋଧରେ ରହି ଆସୁଥିଲେ। ଭୁବନେଶ୍ୱରରେ ବାରିପଦା ପୌରପରିଷଦରୁ- ୧ , ରାସଗୋବିନ୍ଦପୁର ବ୍ଲକରୁ- ୧ ବ୍ୟକ୍ତି ସ୍ଥାନୀୟ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି। ପୁଣି ବଡ଼ସାହି ବ୍ଲକ ଅଞ୍ଚଳରୁ ୩ ଜଣ କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ରହିଛି। ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାରୁ ଆଜି ୫ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଆଜିକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୯୧ରେ ପହଞ୍ଚିଥିବାବେଳେ ସକ୍ରିୟ ସଂଖ୍ୟା ୯୩, ସୁସ୍ଥ ସଂଖ୍ୟା ୨୦୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଆଧାରରେ ମୃତ୍ୟୁ ସଂଖ୍ୟା ୨ ଜିଲ୍ଲାରେ କରୋନାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।