କୋରାପୁଟରେ ୧୦ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ଆଜି କୋରାପୁଟ ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜୟପୁର ପୌର ପରିଷଦର ନୂଆସାହି ଓ ଗୋପବନ୍ଧୁନଗରରୁ ୨ଜଣ, କୋରାପୁଟ ପୌର ପରିଷଦର ପୁଜାରିପୁଟ ଓ ଡିଏନକେ କଲୋନୀରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ସୁନାବେଡା ପୌରପରିଷଦର ସେମିଲିଗୁଡା ସମବାୟ କଲୋନୀରୁ ଜଣେ ଏବଂ କୋଟପାଡ ଏନଏସି ବଣ୍ଡାଗୁଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବନ୍ଧୁଗାଁ ବ୍ଲକ୍ ବି.ସରଲିରୁ ଜଣେ,ବୋରିଗୁମ୍ମା ବ୍ଲକ୍ ଆଉଁଳି ଗ୍ରାମରୁ ଜଣେ,ଜୟପୁର ବ୍ଲକ୍ ଆମ୍ବାଗୁଡାରୁ ଜଣେ ଏବଂ କୋରାପୁଟ ବ୍ଲକ୍ ନାଲକୋ ଟାଉନସିପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୨ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସର ୧ଲକ୍ଷ ୯୦ ହଜାର ୪୭୩ ଜଣଙ୍କୁ କରୋନା ଟିକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।