ରାଜ୍ୟରେ ପୁଣି ଆଉ ୧୦କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେଜଣ

ଭୁବନେଶ୍ୱର,ଏନ୍ଏନ୍ଏସ୍ :  ରାଜ୍ୟରେ ଆଉ ୧୦ଜଣ କରୋନା ରୋଗୀ ଚିହ୍ନଟ। ଏହି ୧୦ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ଜଣ ପୁରୁଷ ଓ ଗଞ୍ଜାମରୁ ୭ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ଚିହ୍ନଟ ହୋଇଥିବା ୩ଜଣ ପୁରୁଷଙ୍କ ବୟସ ଯଥା- ୩୬,୩୪ ଓ ୬୭। ହେଲେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ କ’ଣ ଅଛି ଜଣାପଡ଼ି ନାହିଁ। ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୨ଜଣ ସୁସ୍ଥ ହୋଇଛନ୍ତି। ୨ଜଣ ସଂକ୍ରିମିତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୬ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ୭ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁରତ୍ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ଛୁଇଁଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

  ସୂଚନାଯୋଗ୍ୟ, ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ୧୭ଜଣ କେରୋନା ରୋଗୀ ଚିହ୍ନଟ ହୋଇଥିଲେ। ମୟୁରଭଞ୍ଜ ଜିଲ୍ଲାରେ ୪ଜଣ।  ଅପରାହ୍ଣରେ ବାଲେଶ୍ୱର ଜିଲ୍ଲାରେ ୨ଜଣ ଜଗତସିଂହପୁର ଜିଲ୍ଲାରେ ଜଣେ। ବର୍ତ୍ତମାନ ୧୦ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତା ଓ ସୁରତ୍ ଫେରନ୍ତା ରାଜ୍ୟ ପାଇଁ ଚିନ୍ତା ବଢ଼ାଇଦେଇଛନ୍ତି। ଭୁବନେଶ୍ୱର  ଚିହ୍ନଟ ୩ଜଣ ମଧ୍ୟରୁ ମଞ୍ଜେଶ୍ୱର ଜଣେ, ଭିଏସଏସନଗରରୁ ଜଣେ ଓ ସୂର୍ଯ୍ୟନଗରରୁ ଜଣେ ଚିହ୍ନଟ ହୋଇଛନ୍ତି।

  ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୨ଜଣ ସୁସ୍ଥ ହୋଇଛନ୍ତି। ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୫୫ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।