ରାଜ୍ୟରେ କରୋନାରେ ଗଲା ଆଉ ୧୦ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏଥିସହିତ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି।

https://twitter.com/HFWOdisha/status/1288702351574855680

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଗଞ୍ଜାମରୁ ୪ ଜଣ, ଭୁବନେଶ୍ୱରରୁ ୨ ଜଣ ଓ ରାୟଗଡ଼ା, ସମ୍ବଲପୁର, ନୟାଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଆଜି ସମ୍ବଲପୁରରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମର ୪ ମୃତକଙ୍କ ମଧ୍ୟରେ ୪୩, ୪୭ ଓ ୩୩ ବର୍ଷର ୩ ଜଣ ବ୍ୟକ୍ତି ଥିବାବେଳେ ଜଣେ ୬୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେହିପରି ଭୁବନେଶ୍ୱରର ୨ ମୃତକ ୬୦ ବର୍ଷୀୟ ବୃଦ୍ଧ ଅଟନ୍ତି। ସମ୍ବଲପୁରର ୬୭ ବର୍ଷୀୟ ବୃଦ୍ଧ, ନୟାଗଡ଼ର ୬୫ ବର୍ଷୀୟ ବୃଦ୍ଧ, ସୁନ୍ଦରଗଡ଼ର ୭୧ ବର୍ଷୀୟ ବୃଦ୍ଧ ଓ ରାୟଗଡ଼ାର ଜଣେ ୫୦ ବର୍ଷୀୟ ବ୍ୟକ୍ତିର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।