୧୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ୍ ଥାନା ଖାଲ ସାହିରେ ଜିଲ୍ଲା ଅବକାରୀ ବିଭାଗ ଚଢ଼ଉ କରି ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କୋରାପୁଟ ଟାଉନ୍ ଥାନା ଖାଲସାହିର ଭଗବାନ ଭତ୍ରା ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଖାଲସାହିରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପନିରୀକ୍ଷକ ଦିଲ୍ଲୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଖାଲସାହିରେ ଭଗବାନ ଭତ୍ରାଙ୍କ ଘରେ ଚଢ଼ଉ କରିଥିଲେ। ପରେ ସେଠାରୁ ୧୦ ଲିଟର ରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଥିଲା। ଏହି ସମୟରେ ଅବକାରୀ ଏଏସଆଇ ଅରପଲୋକ ଦାଶ, କନେଷ୍ଟବଳ ସବିତା ପୂଜାରୀ, ପ୍ରଶାନ୍ତ କୁମାର ନାୟକ, ଭେଙ୍କଟେଶ୍ ରକାଓ ଓ ରାମ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।