କଟକ ସ୍ୱରେଜ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଜୁନିଅର ଇଞ୍ଜିନିୟର ନିଲମ୍ବିତ ଓ ଏଫଆଇଆର ରୁଜୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି କଟକ ସହରରେ ସ୍ୱରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ ଅବହେଳାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଆଜି ତଦନ୍ତ କରାଯାଇ PHEOର Executive Engineer ତଥା watco GM  ସୁଶାନ୍ତ ଘଡ଼େଇ ,SDO and GM watco ସୁବାସ ରାଉତଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ଶ୍ରୀ ପ୍ରଦଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ service provider ଦୀପକ ନାୟକଙ୍କ ବିରୋଧରେ ଉଗଉ ପଷରୁ ଥାନାରେ FIR ଦିଆଯାଇଛି ।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ,ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।