ବିଶାଖାପଟ୍ଟନମରେ ଦୁର୍ଘଟଣା: ହିନ୍ଦୁସ୍ଥାନ ସିପିୟାର୍ଡରେ କ୍ରେନ ଭୁଷୁଡ଼ି ୧୦ ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମସ୍ଥିତ ହିନ୍ଦୁସ୍ଥାନ ସିପିୟାର୍ଡ କମ୍ପାନୀ ପରିସରରେ କ୍ରେନ ଭୁଷୁଡ଼ି ୧୦ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବିଶାଖାପଟ୍ଟନମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବୋଝେଇ କାମର ନିରୀକ୍ଷଣ ଚାଲିଥିବା ସମୟରେ ଏହି ଅଘଟଣ ଘଟିଥିଲା। ଆଉ ଏହି କ୍ରେନ ପାଖରେ ପ୍ରାୟ ୧୮ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ପୁଲିସ ଓ ଉଦ୍ଧାକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗମୋହନ ରେଡ୍ଡୀ ଜିଲ୍ଲାପାଳ ଓ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।