୧୦ ଫୁଟିଆ ଅଜଗରକୁ ମାରି ଷ୍ଟେସନରେ ଟାଙ୍ଗିଦେଲେ

ନୟାଗଡ଼ ଏନଏନଏସ: ଅତି ଅମାନୁଷିକ ଭାବେ ଗୋଟେ ୧୦ ଫୁଟିଆ ଅଜଗର ସାପକୁ ମାରି ଟାଙ୍ଗି ଦିଆଯାଇଛି। ଏଭଳି ଅଭନବୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁରଠାରେ ନୂଆ ନିର୍ମାଣ ହୋଇଥିବା ରେଳଷ୍ଟେସନ ଠାରେ। ସୂଚନାନୁସାରେ, ଦିନେ କିମ୍ବା ଦୁଇ ଦିନ ତଳେ କିଛି ବ୍ୟକ୍ତି ଏହି ସାପକୁ ପିଟିପିଟି ମାରିଦେଇଥିବା ବେଳେ ମହୀପୁର ରେଳ ଷ୍ଟେସନଠାରେ ଯାତ୍ରୀଙ୍କ ପାଇଁ ପଡ଼ିଥିବା ଲୁହା ଚୌକି ଆଜବେଷ୍ଟରେ ଟାଙ୍ଗି ଦେଇଛନ୍ତି । ଫଳରେ ଏଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ବେଳେ ରେଳ କର୍ମଚାରୀଙ୍କ ପାଦ ଏଠାରେ ପଡ଼ୁନଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ଏବେକାର ସମୟରେ ବିରଳ ଦେଖା ଯାଉଥିବା ଅଜଗର ସାପକୁ କିଏ କାହିଁକି ମାରିଛି, ତାହା ତଦନ୍ତ ସାପେକ୍ଷ। ଏହାକୁ ନେଇ ସାପଟି ନୃଶଂସତାର ଶିକାର ପାଲଟିଛି ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ରେଳ କର୍ତ୍ତୃପକ୍ଷ ଓ ବନବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।