ରାଜଧାନୀରୁ ପୁଣି ୧୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୪୩ରେ ପହଞ୍ଚିଛି।

ସେହିପରି ୩୧୬୮୬ଜଣ ସୁସ୍ଥ ହୋଇଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି। ୮୭ଜଣ ଚିକିତ୍ସାଧୀନ ରହିଛନ୍ତି। ତେବେ ଆଜିର ଆକ୍ରାଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟଇନରୁ ଚିହ୍ନଟ ହୋଇଥିବାବେଳେ ୬ଜଣ ସ୍ଥାନୀୟବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୬ ଜଣ ସୁସ୍ଥ ହୋଇଛନ୍ତି।