ବରଗଡ଼ରୁ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ମହିଳା ଏବଂ ୬ଜଣ ପୁରୁଷ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ୱାର୍ଡ ନମ୍ବର-୨ କୁଲିପଡ଼ାରୁ ୭ଜଣ, ବିଜେପୁର ବ୍ଲକ ସାଧୁପାଲି, ପଦ୍ମପୁର ଏନଏସି ନେହେରୁ ଗଳି ଓ ପୌରାଞ୍ଚଳ ୱାର୍ଡ ନମ୍ବର ୭ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏଥିସହିତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।