୧ ଲକ୍ଷ ଟନ୍ ପିଆଜ ଆମଦାନୀ କରିବେ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ପିଆଜର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍ ପିଆଜର ଆମଦାନୀ କରିବା ନେଇ ଘୋଷଣା କରିଛନ୍ତି। ଦିଲ୍ଲୀ ସମେତ କେତେକ ସ୍ଥାନରେ ଖୁଚୁରା ବଜାରରେ ପିଆଜ ମୂଲ୍ୟ କିଲୋପ୍ରତି ପ୍ରାୟ ୧୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସରକାରୀ ସ୍ୱାମୀତ୍ୱାଧୀନ କମ୍ପାନୀ ଏମ୍ଏମଟିସିଙ୍କୁନଭେମ୍ବର ୧୫ରୁ ଡିସେମ୍ବର ୧୫ ମଧ୍ୟରେ ଆମଦାନୀ କରିବାର ଦାୟିତ୍ୱ ଦିଆଯାଇଥିବାବେଳେ ସହକାରୀ ସଂସ୍ଥା ନାଫେଡ୍ଦେଶର ପ୍ରତିଟି କୋଣରେ ଥିବା ଘରୋଇ ବଜାରରେ ଏହାର ଯୋଗାଣ କରିବ।

ବଜାର ଉପରେ ନଜର ରଖୁଥିବା ସଚିବମାନଙ୍କ କମିଟି ବୈଠକରେ ଶନିବାର ଆମଦାନିରେ ନିର୍ଣ୍ଣୟ ନିଆଯାଇଛି। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ ଟ୍ୱିଟ୍‍ ଯୋଗେ କହିଛନ୍ତି ଯେ, ପିଆଜର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍‌ ପିଆଜ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନଭେମ୍ବର ୧୫ରୁ ଡିସେମ୍ବର ୧୫ ମଧ୍ୟରେ ଏହାର ଆମଦାନୀ କରିବା ଏବଂ ଘରୋଇ ବଜାରରେ ବିତରଣ ପାଇଁ ଏହାକୁ ଉପଲବ୍ଧ କରିବା ନେଇ ଏମ୍ଏମଟିସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଅପରପକ୍ଷେ ପିଆଜର ଘରୋଇ ଯୋଗାଣ ବଢ଼ାଇବା ଲାଗି ୟୁଏଇ ସମେତ ଅନ୍ୟ ଦେଶଗୁଡ଼ିକରେ ପର୍ଯ୍ୟାପ୍ତ ମାତ୍ରାରେ ଏହାର ଆମଦାନୀ କରିବା ଲାଗି କେନ୍ଦ୍ର ସରକାର ଗତ ସପ୍ତାହରେ କହିଥିଲେ। ବର୍ତ୍ତମାନ ସମୟରେ ପିଆଜ ଦର ହୁହୁ ହୋଇ ବଢ଼ିଚାଲିଛି। ବ୍ୟବସାୟିକ ରିପୋର୍ଟ ମୁତାବକ, ରାଜଧାନୀ ଦିଲ୍ଲୀରେ ପିଆଜ ମୂଲ୍ୟ କିଲୋପ୍ରତି ୧୦ ଟଙ୍କା ଆଖପାଖରେ ପହଞ୍ଚିଥିବାବେଳେ ଅନ୍ୟ ସହରମାନଙ୍କରେ କିଲୋପ୍ରତି ଏହା ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଛି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଭାରିମାତ୍ରାର ବର୍ଷା ହୋଇଥିବାରୁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇ ୩– ୪୦% ହ୍ରାସ ପରିଲକ୍ଷିତ ହୋଇଥିଲା। ଫଳରେ ବଜାରରେ ଏବେ ପିଆଜର ଅଭାବ ସହିତ ମୂଲ୍ୟବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି।