ଟୁଇଟରରେ ଆରବିଆଇର ୧୦ ଲକ୍ଷରୁ ଅଧିକ ଅନୁସରଣକାରୀ

ନୂଆଦିଲ୍ଲୀ,ଏଜେନ୍ସି: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଟୁଇଟର ହ୍ୟାଣ୍ଡେଲରେ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଅନୁସରଣକାରୀ ହୋଇଯାଇଛନ୍ତି। ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କ ସହକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫଳରେ ଏହା ବିଶ୍ୱର ପ୍ରଥମ କେନ୍ଦ୍ର ବ୍ୟାଙ୍କ ଯିଏକି ଟୁଇଟରରେ ୧୦ ଲକ୍ଷରୁ ଅଧିକ ଅନୁସରଣକାରୀଙ୍କୁ ଯୋଡି ପାରିଛି।

ସେହିପରି ଶ୍ରୀ ଦାସଙ୍କ ନିଜ ଟୁଇଟର ହ୍ୟାଣ୍ଡେଲରେ ୧ ଲକ୍ଷ ୪୧ ହଜାର ଅନୁସରଣକାରୀ ଅଛନ୍ତି।