ସ୍କୁଟି ଉପରେ ଲକ୍ଷେ ଟଙ୍କା ଜୋରିମାନା

କଟକ ବାରଙ୍ଗ ଠାରେ ଚେକିଂ ଚାଲୁଥିବା ସମୟରେ ସ୍କୁଟିର ରେଜିଷ୍ଟ୍ରେସନ ନଥିବା ନେଇ ପରବହନ ବିଭାଗ ଜରିମାନା କରିଥିଲା। ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରାଯାଇଥିବାରୁ ଗାଡି ମାଲିକଙ୍କୁ କଟକ ପରିବହନ ଅଧିକାରୀ ଅବଗତ କରିବା ପରେ ତତକାଳ ଜରିମାନା ସ୍କୁଟିକୁ ଜବତ କରାଯାଇଥିଲା। ବିନା ରେଜିଷ୍ଟ୍ରେସନ କାହିଁକି ଗାଡି ବିକ୍ରି କରାଗଲା ଏ ନେଇ ଭୁବନେଶ୍ୱର ପଟିଆ ସ୍ଥିତ ସମ୍ପୃକ୍ତ ଡିଲର ଉପରେ ଲକ୍ଷେ ଟଙ୍କା ଫାଇନ କରାଯାଇଛି।