ଗର୍ଭବତୀ ହାତୀର ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ: ଏସଓଏସ୍

ଗର୍ଭବତୀ ହାତୀର ହତ୍ୟାକାରୀଙ୍କର ଯିଏ ସୂଚନା ଦେବ ତାଙ୍କୁ ଏସଓଏସ ତରଫରୁ ୧ ଲକ୍ଷ ଟଙ୍କା ଦିଆଯିବ। ବନ୍ୟ ଜନ୍ତୁଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ୍ୱାଇଲ୍ଡଲାଇଫ ଏସଓଏସ୍‌ ତରଫରୁ ମଲ୍ଳପୁରମରେ ହାତୀର ହତ୍ୟା ଘଟଣାରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନି ତାଙ୍କ ସୂଚନା ଦେଲେ ୧ ଲକ୍ଷ ଟଙ୍କା ମଳିବ। ଜଙ୍ଗଲୀ ପଶୁ ମାନଙ୍କୁ ଘଉଡାଇବା ପାଇଁ ଫଳରେ ବିସ୍ଫୋଟକ ରଖିବା ଘଟଣାକୁ ସଂସ୍ଥା ଦ୍ୱାରା ତିବ୍ର ବିରୋଧ କରାଯାଇଛି।

ଫଳ ମଧ୍ୟରେ ବିସ୍ଫୋଟକ ରଖିବାର ବିସ୍ଫୋଟକ ବନାଉଥିବା ଅବୈଧ ଫ୍ୟାକ୍ଟ୍ରି ବିରୋଧରେ ସ୍ୱର ଉଠାଇଛି ଓ୍ୱାଲ୍ଡଲାଇଫ୍ ଏସଓଏସ। ଏହି ବିସ୍ଫୋଟକ ପଶୁମାନଙ୍କ ମୁହଁରେ ପ୍ରବେଶ କରିବା ମାତ୍ରେ ଫୁଟିଥାଏ। ଯାହାଦ୍ୱାରା ମୃତ୍ୟୁ ମୁଖରେ ପଡିଥାନ୍ତି ନିରିହ ପଶୁ। ଏସଓଏସର ଦାବି ଯେ ଏପରି ଅପରାଧ ଉପରେ ରୋକ୍‌ ଲଗାଯାଉ।