ପାକିସ୍ତାନ ସେନା କାର୍ଯ୍ୟାଳୟ ନିକଟରେ ଫୁଟିଲା ବୋମା, ଜଣେ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନର ରାଓ୍ୱଲିପିଣ୍ଡ ସହରର ସଦର ଅଞ୍ଚଳରେ ଥିବା ସେନା କାର୍ଯ୍ୟାଳୟ ନିକଟରେ ଏହି ବମ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ମୃତ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ବିସ୍ଫୋରଣ ମୋଟରସାଇକେଲ ମାଧ୍ୟମରେ ହୋଇଛି।

ତେବେ ବିସ୍ଫୋରଣରେ ଗୁରୁତର ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ପୁଲିସ ଏବଂ ଲ-ଇନ୍ଫୋର୍ସମେଣ୍ଟ ଘଟଣାସ୍ଥଳକୁ ସିଲ୍‌ କରିଦେଇଛନ୍ତି।
ତେବେ ଏହା ଆତଙ୍କବାଦୀମାନେ ଘଟାଇଥିବା ପାକିସ୍ତାନ ମୁଖପାତ୍ର କହିଛନ୍ତି।