ବଜ୍ରାଘାତରେ ବୃଦ୍ଧା ମୃତ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପ୍ଲିହେରୀ ପଞ୍ଚାୟତ ପାଙ୍ଗାଲୀ ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦାସିଙ୍ଗବାଡ଼ି ପଞ୍ଚାୟତ ଟେକାଙ୍ଗିଆ ଗ୍ରାମର ମିନୁରୀ ପ୍ରଧାନ(୫୫)। ପ୍ରକାଶଥାଉକି, ଗତକାଲି ଠାରୁ ଦାରିଙ୍ଗବାଡ଼ି ଅଞ୍ଚଳରେ ବର୍ଷା ଲାଗିରହିଛି।

ବୁଧବାର ଅପରାହ୍ଣ ସମୟରେ ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା । ଏହି ସମୟରେ ଟେକାଙ୍ଗିଆ ଗ୍ରାମର ମିନୁରୀ ପ୍ରଧାନ ଘର ଅଗଣାରେ ବସିଥିଲେ। ସେହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଘଟଣା ସ୍ଥଳରେ ମିନୁରୀଙ୍କ ମୃତ୍ୟ ଘଟିଥିଲା। କିନ୍ତୁ ସୌଭାଗ୍ୟବଶତଃ ପାଖରେ ଥିବା ନାତି ନାତୁଣୀ ବଜ୍ରାଘାତରୁ ବର୍ତ୍ତିଯାଇଛନ୍ତି।