ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଜଣେ ମୃତ, ୪ଆହତ

ଦାରିଙ୍ଗବାଡି,ଏନ୍ଏନ୍ଏସ୍: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପ୍ଲିହେରି ଗ୍ରାମ ନିକଟରେ ଆଜି ଅପରାହ୍ନ ୪ଟା ସମୟରେ ଏକ ଚଳନ୍ତା ଅଟୋ ଉପରେ ଏକ ଗଛ ପଡିବା ଯୋଗୁଁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତକ ଜଣକ ପ୍ଲିହେରି ପଂଚାୟତ ର ୱାର୍ଡ ମେମ୍ବର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦାରିଙ୍ଗବାଡି ପୁଲିସ ଓ ଅଗ୍ନିଶମ ବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରେ ଚାପା ଉତେଜନା ଦେଖା ଦେଇଛି।