ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକର ବାଲିପଟା ଗ୍ରାମରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ଏହି ପାଗଳ କୁକୁର କାମୁଡ଼ାରେ ୩ ବର୍ଷର ଶିଶୁ ଦୀପା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ଆହତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ବାଲିପଟା ଗ୍ରାମର ଏକ ପାଗଳ କୁକୁର ସରପଞ୍ଚଙ୍କୁ କାମୁଡ଼ିବା ପରେ ଗ୍ରାମର ୧୩ଜଣଙ୍କୁ ବୁଲେଇ ବୁଲେଇ କାମୁଡ଼ିଥିଲା । ପରେ ନିକଟରେ ଥିବା ଗ୍ରାମର କଲଙ୍ଗା ପାଲିକୁ ଯାଇ ଏକ ମହିଳାଙ୍କୁ ମଧ୍ୟ କାମୁଡ଼ିଥିଲା । ସମସ୍ତ ଆହତଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯିବା ସମୟରେ ଦୀପା ମୁଣ୍ଡାର ମୃତ୍ୟୁ ଘଟିଥିଲା । କୁକୁର ଏହି ଗ୍ରାମର ହୋଇନଥିବାବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ବୋଲି ଗ୍ରାମବାସୀ କହିଛନ୍ତି ।