ଗତ ୯ ଦିନରେ ୧ କୋଟିରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଛି

ନୂଆଦିଲ୍ଲୀ,ଏଜେନ୍ସି: ଗତ ୯ ଦିନରେ ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଥିବା ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୬ ସପ୍ତାହ ହେଲା ଦେଶରେ ହାରାହାରି ୧୧ ଲକ୍ଷ କୋଭିଡ ପରୀକ୍ଷା ହେଉଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ଦେଶରେ ୧୦,୭୫,୭୬୦ଟି କୋଭିଡ ଟେଷ୍ଟ ହୋଇଛି। ଏଥିସହିତ ଦେଶରେ ମୋଟ କରୋନା ପରୀକ୍ଷା ସଂଖ୍ୟା ୧୦ କୋଟି ୬୫ ଲକ୍ଷ ୬୩ ହଜାର ୪୪୦ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ଦୈନିକ ୧୫ ଲକ୍ଷ କରୋନା ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛି।

ବର୍ତ୍ତମାନ ଦେଶରେ ୬,୦୩,୬୮୭ଟି କୋଭିଡ କେସ ଆକ୍ଟିଭ ରହିଥିବାବେଳେ ଏହା ମୋଟ ସଂକ୍ରମଣର ୭.୫୧ ପ୍ରତିଶତ ବୋଲି ସୂଚନା ରହିଛି।