ଜମ୍ମୁ-କଶ୍ମୀର ପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଏକ ବଡ଼ ଉପହାର ଦେଇଛନ୍ତି। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରାଜ୍ୟର ବିକାଶ ପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବ୍ୟବସାୟିକ ସମୁଦାୟ ପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରି ଶ୍ରୀ ସିହ୍ନା ଖୁବ୍ ଖୁସି ଥିବା ପ୍ରକାଶ କରିଛନ୍ତି।

ଶ୍ରୀ ସିିହ୍ନା ଆହୁରି କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ ଅଭିଯାନ ବ୍ୟତୀତ ଅନେକ ବଡ଼ ପ୍ରଶାସନିକ ପଦକ୍ଷେପ ନିଆଯାଇଛି। ଯଦ୍ୱାରା ଲୋକଙ୍କୁ ଅନେକ ସୁବିଧା ମିଳିବ। ଜମ୍ମୁ-କଶ୍ମୀରରେ ବିନା କୌଣସି ଭେଦଭାବରେ ଋଣ ନେଇଥିବା ସମସ୍ତ ଛୋଟ-ବଡ଼ ବ୍ୟବସାୟୀଙ୍କୁ ୫ ପ୍ରତିଶତ ଋଣ ଛାଡ଼ କରାଯିବ। ଏଥିସହିତ ବର୍ଷକ ପାଇଁ ୫୦ ପ୍ରତିଶତ ବିଜୁଳି ଓ ପାଣି ଦେୟରେ ରହାତି ଦିଆଯିବ।

ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩(ଏ)କୁ ହଟାଇ ଦେଇଥିଲେ। ଆଉ ରାଜ୍ୟର ପୁର୍ନଗଠନ କରି ଜମ୍ମୁ ଓ କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ।