୧୦ ଲକ୍ଷ ଟଙ୍କାର ଯୋଗାଣ ସାମଗ୍ରୀ ସମେତ ପିକଅପ୍ ଜବତ, ଚୋର ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଚୌକିପଡା ନିବାସୀ ବିନୋଦ ୟାଦବଙ୍କ ପିକଅପ ଭ୍ୟାନ(ଓଆର୨୩ବି୩୬୪୧) ଚୋରି କରିଥିବା ଜଣେ ଅଭିଯୁକ୍ତଙ୍କୁ ଝାରସୁଗୁଡା ପୁଲିସ ଭୁବନେଶ୍ୱରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସମ୍ବଲପୁର ବଡବଜାରର ରାଧେଶ୍ୟାମ ଶର୍ମାଙ୍କ ପୁଅ ନରେନ୍ଦ୍ର ଶର୍ମା ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତ ବିରୋଧରେ ପୂର୍ବରୁ ବଡମାଲ, ବଲାଙ୍ଗୀର, ଅଇଁଠାପାଲି ଥାନାନରେ ଅନେକ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପିକଅପ ଭ୍ୟାନ ଓ ଏଥିରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସାଢୀ, ଟ୍ରାକ୍ଟର ସାମଗ୍ରା, େଓøଷଧ, ପେଣ୍ଟ ଆଦି ଯୋଗାଣ ସାମଗ୍ରୀ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି। ଏହାସହ ଚୋରା ସାମଗ୍ରୀ ରଖିଥିବା ନୟାଗଡର କାଶିନାଥ ନାୟକ(୪୨), ବରଗଡର ଏମଡି ପରବେଜ(୩୫), ଭୁବନେଶ୍ୱବରେ ରହୁଥିବା ୟୋଗେଶ ସୋଲଙ୍କୀ(୨୬)କୁ ଗିରଫ କରି କୋର୍ଟରେ ହାଜର କରିଛି।

ସୂଚନା ଅନୁଯାୟୀ, ଗତ ୭ ତାରିଖ ବିନୋଦ ସଂଧ୍ୟାରେ ଗ୍ରେଟ ଇଣ୍ଡିଆ ରୋଡୱେ ସରବାହାଲର ଟ୍ରାନ୍ସପୋର୍ଟ ଅଫିସ ପରିସରରେ ତାଙ୍କ ପିକଅପ ଭ୍ୟାନକୁ ରଖଥିଲେ। ସୁନ୍ଦରଗଡ ବ୍ରାଂଚକୁ ଯିବାକୁ ଥିବା ଏହି ପିକଅପ ଭ୍ୟାନରେ ୫୭ଟି କାର୍ଟୁନରେ ୧୦ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ରହିଥିଲା। ତେବେ ୮ ତାରିଖ ଅପରାହ୍ଣ ୪:୩୦ରେ ଭାରତବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ପରେ ସେ ନିଜ ଗାଡି ନେଇ ସୁନ୍ଦରଗଡ ଯିବା ପାଇଁ ଗ୍ରେଟୱେ ଟ୍ରାନ୍ସପୋର୍ଟ ପରିସରକୁ ଆସିଥିଲେ। ହେଲେ ତାଙ୍କ ପିକଅପକୁ କେହି ଜଣେ ସେଠାରୁ ନେଇ ଅନ୍ୟ ଏକ ଅଟୋ ରିକ୍ସା ଛାଡିଦେଇଥିଲା। ଏନେଇ ସେ ଝାରସୁଗୁଡା ଟାଉନ ଥାନାନରେ ଏକ ମାମଲା ରୁଜୁ କଲାପରେ ଝାରସୁଗୁଡା ପୁଲିସ ଆପିସି ୩୭୯ରେ କେଶ ନମ୍ବର ୧୬ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।