୧୦୦୦ଲିଟର ବେଆଇନ ସ୍ପିରିଟ ଜବତ

ପାଣିକୋଇଲି,ଏନ୍ଏନ୍ଏସ୍ : ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ପାଣିକୋଇଲି ବଜାରରେ ଚଢ଼ଉ କରାଯାଇ ୧ ହଜାର ଲିଟର ଚୋରା ସ୍ପିରିଟ ଜବତ କରାଯାଇଛି। ପାଣିକୋଇଲି ବିଶେଷସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସ୍ପିରିଟ ଜବତ କରିବା ସହ ବେପାରୀ ନମଟିକିରି ଗ୍ରାମର ଭୀମସେନ ଆଏଚଙ୍କ ପୁଅ ନୀଳମଣିକୁ ଗିରଫ କରିଥିଲା। ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଇନସ୍ପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ, ତଦନ୍ତାଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ଗଖେନ୍ଦ୍ର ପରିଡ଼ା, ପ୍ରଦୋଶ କୁମାର ପରିଡ଼ା, କନଷ୍ଟେବଳ କିଶୋର ରାଉତ, ପୂର୍ଣ୍ଣଜିତ ମହାପାତ୍ର, ବସନ୍ତ ମଲ୍ଲିକ, ଶୁଭସ୍ମିତା ପ୍ରଧାନ, ଅର୍ଚ୍ଚନାବାଳା ନାୟକ, ଜୟ ପ୍ରକାଶ ବେହେର, ରାଜେଶ କୁମାର କିଶାନ ପ୍ରମୁଖ ସାମିଲ ହୋଇଥିଲେ।