ନୂଆଦିଲ୍ଲୀ: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ପଞ୍ଜାବର ଚନ୍ଦନ ଜିନ୍ଦଲ ବୋଲି ଜଣାପଡ଼ିଛି । ଚନ୍ଦନଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତକାଲି କର୍ଣ୍ଣାଟକ ଚାଲଗେରିର ୨୧ ବର୍ଷୀୟ ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ ।