ହିମାଚଳ ପ୍ରଦେଶର ଚମ୍ବାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୨.୪

ଚମ୍ବା,ଏଜେନ୍ସି: ହିମାଚଳ ପ୍ରଦେଶର ଚମ୍ବାରେ ଗୁରୁବାର ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ(ଏନସିଏସ) ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୪ ମପାଯାଇଛି।

ଏନସିଏସ ମୁତାବକ, ଭୂମିକମ୍ପ ଭୋର ୩ଟା ୫୫ ମିନିଟରେ ଅନୁଭୂତ ହୋଇଥିଲା। ଏହାପୂର୍ବରୁ ହିମାଚଳ ପ୍ରଦେଶର କଙ୍ଗରା ଠାରେ ରାତି ୨ଟା ୩୩ ମିନିଟରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ରିକ୍ଟର ସ୍କେଲରେ ୨.୨ ମପାଯାଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।