ସେକ୍ସ ରାକେଟ୍ ଠାବ, ୨ ଗ୍ରାହକଙ୍କ ସହ ଘର ମାଲିକ ଓ ମାଲିକାଣୀ ଗିରଫ

ରାୟଗଡା,ଏନ୍ଏନ୍ଏସ୍: ରବିବାର ରାୟଗଡା ସହରସ୍ଥ ଗାୟତ୍ରୀ ନଗରରେ ଏକ ପରିତ୍ୟକ୍ତ କୋଠାରେ ସେକ୍ସ ରାକେଟ ଚାଲିଥିବା ଟାଉନ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଏଠାରେ ଅତର୍କିତ ଚଢଉ କରିଛି। ଘଟଣାସ୍ଥଳରେ ଯୁବତୀଙ୍କ ସହ ଦୁଇ ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ।

ଟାଉନ ଥାନା ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏହି ଟିମ ଉକ୍ତ ସେକ୍ସ ରାକେଟ ଚାଲିଥିବା ଗୃହରେ ଛାନଭିନ କରିବାରୁ ଉକ୍ତ ସ୍ଥାନରୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର ହୋଇଛି। ଏଥିସହ ଦୁଇଜଣ ଗ୍ରାହକ ପ୍ରଣବ ମଣ୍ଡଲ(୨୪), ବୀରୁ ମଜୁନଦାରକୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଚଂଳର ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୂଚନା ତପନକୁମାର ରଥ ସୂଚନା ଦେଇଛନ୍ତି।

ଏହି ସେକ୍ସ ରାକେଟ ଦୀର୍ଘ ଦିନରୁ ଭାରାଣାସୀ ରାଜେଶଙ୍କ ଭଡ଼ା ଘରେ ଚାଲୁଥିବା ବେଳେ ଏଥିରେ ଘରମାଲିକ ଏବଂ ତାଙ୍କ ସ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆନ୍ଧରୁ ରୁପଜିବୀଙ୍କ ଆଣି ଏଠି ଦେହ ବ୍ୟବସାୟ କରୁଥିବା କହିଛନ୍ତି ରାୟଗଡ଼ା ଏସଡ଼ିପିଓ ତପନ ନାରାୟଣ ରଥ। ତେବେ ଉକ୍ତ ରାକେଟର ଦଲାଲ ସ୍ୱାମୀ ବାରାଣାସୀ ରାଜେଶ (୪୫) ଓ ସ୍ତ୍ରୀ ବାରାଣାସୀ ସରସ୍ୱତୀଙ୍କୁ ମଧ୍ୟ ପୁଲିସ ଗିରଫ କରିବା ସହ ସେମାନଙ୍କଠୁ ୧୨୩୦ ଟଙ୍କା ଓ ତିନୋଟି ମୋବାଇ ଜବତ କରିଥିବା ଶ୍ରୀରଥ କହିଛନ୍ତି।