ସୁସ୍ଥହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୧୦୯୧

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୮୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨୩୨୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାଲ ଜିଲ୍ଲାରୁ ସର୍ବାଧିକ ୧୦୯୧ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡାରୁ ୪୨୧ଜଣ ସୁସ୍ଥ ହୋଇଛନ୍ତି।

ସେହିଭଳି ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡରୁ ୩୭୦, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୮, ବରଗଡ଼ରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩୦୦, ମୟୂରଭଞ୍ଜରୁ ୨୮୯, ନୂଆପଡ଼ାରୁ ୨୮୨, ଗଞ୍ଜାମରୁ ୨୭୪, କଳାହାଣ୍ଡିରୁ ୨୭୪, ପୁରୀରୁ ୨୫୯, କଟକରୁ ୧୯୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨, ଗଜପତିରୁ ୧୦୯, ନୟାଗଡ଼ରୁ ୧୦୪, ବାଲେଶ୍ୱରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟପୁଲରୁ ୨୧୨ଜଣ ସୁସ୍ଥ ହୋଇଛନ୍ତି।