ସଂଗରୋଧ ଫେରନ୍ତାଙ୍କୁ ପୂର୍ବତନ ସାଂସଦଙ୍କ ରାସନ ସାମଗ୍ରୀ ବଣ୍ଟନ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଦ୍ୱାରା ସଂଗରୋଧରୁ ଫେରିଥିବା ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ରାସନ ସାମଗ୍ରୀ ବଣ୍ଟାଯିବା ସମୟରେ କଳିକେଶଙ୍କ ବ୍ୟତୀତ ମନ୍ତ୍ରୀ ସୁଶାନ୍ତ ସିଂ ଓ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ସମେତ ବହୁ ସଂଖ୍ୟକ ବିଜେଡି ଦଳର କର୍ମୀ ଉପସ୍ଥିତ ଥିଲେ। ଆଜି ପ୍ରାୟ ୧ ହଜାର ପ୍ୟାକେଟ ରାସନ ସାମଗ୍ରୀ ବଣ୍ଟା ଯାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କଳିକେଶ କହିଛନ୍ତି। ଏହି ଅବସରରେ କଳିକେଶ କହିଥିଲେ ଯେ, ବଲାଙ୍ଗିରରୁ ପ୍ରାୟ ୧ଲକ୍ଷ ୩୦ହଜାରରୁ ଅଧିକ ଶ୍ରମିକ କାମ କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥିଲେ। ଆଉ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ହଜାର ଶ୍ରମିକଙ୍କୁ ବଲାଙ୍ଗିର ଫେରାଇ ଅଣାଯାଇଥିବା ବେଳେ ବାକି ଶ୍ରମିକଙ୍କୁ ମଧ୍ୟ ଖୁବଶୀଘ୍ର ଫେରାଇ ଅଣାଯିବ। ଏଥିସହିତ ସେମାନଙ୍କୁ କାମ ଯୋଗାଇ ଦେବା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ସିଂଦେଓ କହିଥିଲେ।