ରାଜ୍ୟରେ ୮୮ କରୋନା ପଜିଟିଭ ଚିହ୍ନଟ: ୩, ୩୬, ୨୬୨କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୮୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୨୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୭, ବରଗଡ଼ରୁ ୧୦, ମୟୁଭଞ୍ଜରୁ ୭, କେଉଁଝରରୁ ୫, ଯାଜପୁର, ବାଲେଶ୍ୱର ଓ ସମ୍ବଲପୁରରୁ ୪ ଲେଖାଏଁ, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ୩ ଲେଖାଏଁ, ନୂଆପଡ଼ାରୁ ୨, ବଲାଙ୍ଗିର, ବୌଦ୍ଧ, କଟକ, ଦେଓଗଡ଼, କଳାହାଣ୍ଡି, ନୟାଗଡ଼ ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ସମ୍ବଲପୁରର ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। କାର୍ଡିଓଜେନିକ ସକ୍ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ଲକ୍ଷ ୪୩ହଜାର ୮୧୭ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ ହଜାର ୨୬୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୫୫୪ଜଣ ସୁସ୍ଥ ହୋଇଛନ୍ତି, ୧୯୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୪୪ ଜଣ ଚିକିତ୍ସିତ ହେଉଛନ୍ତି।