କୋରାପୁଟ,ଏନ୍ଏନ୍ଏସ୍: କୋଟପାଡ଼ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ କୋଟପାଡ଼ ମିଶନ୍ କମ୍ପାଉଣ୍ଡର ସଞ୍ଜୀବ କୁମାର ନାୟକ(୪୦)ଙ୍କର ବୋଲି ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ଗୁରୁବାର ରାତିରେ ସଞ୍ଜୀବ ଘରକୁ ଫେରି ନଥିବାବେଳେ ଶୁକ୍ରବାର ସକାଳେ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରୁ ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ୱଷ୍ଟ ହେବ ବୋଲି ବୋରିଗୁମ୍ମା ଏସଡିପିଓ ହରେକୃଷ୍ନ ମାଝୀ ସୂଚନା ଦେଇଛନ୍ତି।