ମୋଦୀଙ୍କ ‘ମନ କି ବାତ’: ରେଡିଓ ଜରିଆରେ ଦେଶବାସୀଙ୍କୁ ନବରାତ୍ରର ଶୁଭକାମନା ଦେଲେ

ନୂଆଦିଲ୍ଲୀ,ଏଜେନ୍ସ: ଦୂରଦର୍ଶନ ଓ  ରେଡ଼ିଓରେ ମୋଦୀ ଦେଶବାସୀଙ୍କୁ ନବରାତ୍ରର ଶୁଭକାମନା ଦେବା ସହ ବରିଷ୍ଠ ଗୀତିକାର ଲତା ମଙ୍ଗେସରକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲ ଇଣ୍ଡିଆ ରେଡିଓରେ ଦେଶବାସୀଙ୍କୁ ନବରାତ୍ରର ଶୁଭେଚ୍ଛାଦେବା ସହ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୋଦୀ। ଗତକାଲି ଲତାଙ୍କ ୯୦ତମ ଜନ୍ମ ଉତ୍ସବ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ଦେଶବାସୀଙ୍କୁ ନବରାତ୍ରର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଦିନରେ ଘରମାନଙ୍କରେ ଝିଅମାନଙ୍କୁ ଲକ୍ଷ୍ମୀ ଭାବେ ପୂଜା କରାଯାଏ। ସେହିପରି ଦେଶବାସୀଙ୍କୁ ଅନ୍ଧକାରରୁ ମୁକ୍ତି କରିବା ପାଇଁ ସେ ତମାଖୁ ସେବନର ଭୟାବହତା ସମ୍ପର୍କରେ ଅବଗତ କରାଇଛନ୍ତି। ଇ- ସିଗାରେଟର ଭୟାବହତାକୁ ନେଇ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ଓ ଯୁବପିଢ଼ି ଯେପରି ନିଶା କବଳରୁ ବଞ୍ଚି ପାରିବେ ସେ ନେଇ ଦେଶବାସୀଙ୍କ ସଚେତନ କରାଇଛନ୍ତି। ଏହି ଦଶହରା ପର୍ବରେ ନିଜକୁ ଅନ୍ଧକାରରୁ ମୁକ୍ତ କରି ଆଲୋକ ଆଡକୁ ଗତି କରିବା ଓ ମା’ଙ୍କ ଶରଣରେ ନିଜକୁ ରଖି ସବୁ କଷ୍ଟ ଓ ଦୁଃଖରୁଦୂରରେ ରଖିବା ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି।