ମୃତ ଘୋଷିତ ବ୍ୟକ୍ତି ପୁଣି ଜୀବିତ

ପାଟନା,ଏଜେନ୍ସି: ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ସେ ପୁଣି ବଞ୍ଚିଥିବା ଘଟଣା ବର୍ତ୍ତମାନ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି। ମସ୍ତିଷ୍କାଘାତରେ ପୀଡିତ ଏହି ବ୍ୟକ୍ତିଙ୍କୁ ଏପ୍ରିଲ ୩ରେ ପାଟନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏପ୍ରିଲ ୧୧ରେ ବ୍ୟକ୍ତିଙ୍କର କୋଭିଡରେ ମୃତ୍ୟୁ ଘଟିଛି ବୋଲି ଡାକ୍ତର ପରିବାର ଲୋକଙ୍କୁ ଜଣାଇବା ସହ ମୃତ୍ୟୁ ସାର୍ଟିଫିକେଟ ମଧ୍ୟ ଇସ୍ୟୁ କରିଥିଲେ। ଶେଷକୃତ୍ୟ ନିମନ୍ତେ ମୃତକଙ୍କୁ ଶ୍ମଶାନକୁ ନିଆଯାଇଥିବାବେଳେ ଆତ୍ମୀୟମାନେ ମୃତଦେହକୁ ଦେଖି ଚମକି ପଡିଥିଲେ। ମୃତ ବ୍ୟକ୍ତି ସେମାନଙ୍କର ସମ୍ପର୍କୀୟ ନୁହନ୍ତି ବୋଲି ଜାଣିବାପରେ ସେମାନେ ଜୁଇରୁ ମୃତଦେହ ବାହାର କରି ପୁଣି ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଭୁଲବଶତଃ ଅନ୍ୟ ଜଣେ ମୃତକଙ୍କୁ ହସ୍ତାନ୍ତର କରିଥିବାରୁ କ୍ଷମାପ୍ରାର୍ଥନା କରିଥିବା ଜଣାପଡିଛି।