ମୁଲାୟମଙ୍କ ବାୟୋପିକ୍

ମୁମ୍ବାଇ: ଗତ କିଛି ବର୍ଷ ଧରି ବଲିଉଡରେ ବାୟୋପିକ୍ ଫିଲ୍ମ ପ୍ରସ୍ତୁତ ହେଉଥିବା ବେଳେ ଏହି ଧାରାରେ ଆଉ ଏକ ଫିଲ୍ମ ସାମିଲ ହୋଇଛି। ଉତ୍ତରପ୍ରଦେଶର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବାୟୋପିକ ନିର୍ମାଣ କରାଯାଇଛି। ଫିଲ୍ମର ନାଁ ହେଉଛି ‘ମେଁ ମୁଲାୟମ ସିଂ ଯାଦବ’। ଏହି ଫିଲ୍ମର ଏକ ଟିଜର ରିଲିଜ ହୋଇଛି ଯେଉଁଥିରେ ମୁଲାୟମଙ୍କ ପ୍ରାରମ୍ଭିକ ଜୀବନର କିଛି ଝଲକ ଦେଖିବାକୁ ମିଳିଛି। ସୁବେନ୍ଦୁ ରାଜ ଘୋଷଙ୍କ ନିର୍ଦ୍ଦେଶନାରେ ଅମିତ ସେଠୀ, ମିମୋହ ଚକ୍ରବର୍ତୀ, ମୁକେଶ ତିୱାରୀ, ଜରିନା ବହାବ ପ୍ରମୁଖ ଫିଲ୍ମରେ ନଜର ଆସିବେ।