ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ

ମୁମ୍ବାଇ, ଏଜେନ୍ସି: ମାୟା ନଗରୀ ମୁମ୍ବାଇରେ ପୁଣି ଥରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମହାରାଷ୍ଟ୍ର ସରକାର ଏପରି ନିଷ୍ପତି ନେଇଛନ୍ତି। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ନାଇଟ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବାପାଇଁ ଅନୁମତି ପ୍ରଦାନ କରାଯାଇଛି। ରେସ୍ତୋରାଂରୁ କେବଳ ପାର୍ସଲ ନେଇପାରିବେ ଲୋକେ। ସେହିପରି କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ହୋଟେଲ, ପାର୍କ, ସିନେମା ହଲ ଆଦି ବନ୍ଦ ରହିବ।  କଟକଣା ଭିତରେ ଲୋକାଲ ଟ୍ରେନ୍ ଚାଲିବ।