ମସୁରୀର ସିଭିଲ ସେବା ପ୍ରଶିକ୍ଷଣ ଆକାଡେମୀର ୩୩ ଟ୍ରେନି ଆଇଏଏସ୍ ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଆକାଡେମୀର ୩୩ ଟ୍ରେନି ଆଇଏଏସ୍ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପରେ ସେଠାକାର ସମସ୍ତ ଅଣଆବଶ୍ୟକ ବିଭାଗକୁ ବନ୍ଦ କରି ଦିଆଯାଇଛି। ଆକାଡେମୀ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, କରୋନା ସଂକ୍ରମଣକୁ ରୋକିବା ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ଅଧିକାରୀଙ୍କ ହୋଷ୍ଟେଲକୁ ଖାଦ୍ୟ ଓ ଅନ୍ୟ ସମାଗ୍ରୀ ଉପଲବ୍ଧ କରାଯାଉଛି।

ଆକାଡେମୀର ନିର୍ଦ୍ଦେଶକ ସଞ୍ଜୀବ ଚୋପଡ଼ା କହିଛନ୍ତି ଯେ, ଆକାଡେମୀ, ଜିଲ୍ଲା ପ୍ରଶାସନ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ଲଢ଼େଇର ସାମ୍ନା କରିବା ପାଇଁ ମିଶିକି କାମ କରୁଛନ୍ତି।