ଭୁବନେଶ୍ୱରରେ ସ୍ୱିଗି, ଜମାଟୋ ଡେଲିଭରୀ ଏଜେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହର ଅଧିକ ଚିନ୍ତା ବଢାଉଥିବା ବେଳେ ବର୍ତ୍ତମାନ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଫଳରେ ରାଜଧାନୀରେ ବିଭିନ୍ନ ପର୍ଯ୍ୟାୟରେ ଟିକାକରଣ କରାଯାଉଛି। ଏହାରି ଭିତରେ ରାଜଧାନୀରେ ଅନଲାଇନରେ ଖାଦ୍ୟ ଦେଉଥିବା ଏଜେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି।

ସ୍ୱିଗି ଓ ଜୋମାଟୋ ଏଜେଣ୍ଟଙ୍କୁ ଟିକା ଆଜି ଦିଆଯାଉଛି। ଏଥିପାଇଁ ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ୍ ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି। ଅନଲାଇନ୍ ଫୁଡ୍ ଡେଲିଭରି ଦେଉଥିବା ସ୍ୱିଗି ଓ ଜୋମାଟୋ ଏଜେଣ୍ଟ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି। ହୋମ୍ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ। ଏନେଇ ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କ ପାଇଁ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକରଣ ସେଣ୍ଟର କରାଯାଇଛି।