ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ହୋମ କ୍ୱାରେଣ୍ଟାଇନ ଓ ୨ଜଣ ସ୍ଥାନୀୟ ରହିଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେମାନେ ହେଲେ ଚିନ୍ତାମଣିଶ୍ୱରର ଜଣେ ୩୧ ବର୍ଷୀୟ ପୁରୁଷ ଯାହାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ସେହିପରି ସାଉଦି ଆରବରୁ ଫେରିଥିବା ପଟିଆର ଜଣେ ୪୧ ବର୍ଷୀୟ ପୁରୁଷ ଓ ପଶ୍ଚିମବଙ୍ଗରୁ ଫେରିଥିବା ଖଣ୍ଡଗିରିସ୍ଥିତ କୋଳଥିଆର ଜଣେ ୨୬ ବର୍ଷୀୟ ମହିଳା ରହିଛନ୍ତି। ଏହି ତାଲିକାରେ ୨ଟି ସ୍ଥାନୀୟ ମାମଲା ରହିଛି। ସେଥିମଧ୍ୟରୁ ନୟାପଲ୍ଲୀ ଅଂଚଳର ଜଣେ ୩୭ ବର୍ଷୀୟା ମହିଳା ରହିଛନ୍ତି ଯିଏକି ଜୁନ୍ ୮ରେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଥିଲେ। ଅନ୍ୟପଟେ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ୨୮ ବର୍ଷୀୟା ମହିଳା ରହିଛନ୍ତି।