ଭାରତ ଚୀନ ମୁହାଁମୁହିିଁ

ଲଦାଖ ଅଞ୍ଚଳର ପେଙ୍ଗାଙ୍ଗ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ବୁଧବାର ଭାରତୀୟ ସେନା ପାଟ୍ରୋଲିଂ କରୁଥିବାବେଳେ ସେମାନଙ୍କର ଚୀନ ସେନା ସହ ମୁହାଁମୁହିିଁ ହୋଇଥିଲା। ଚୀନ ସେନା ସେଠାରେ ଭାରତୀୟ ସେନାଙ୍କ  ପାଟ୍ରୋଲିଂକୁ ବିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଦୁଇଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମାତ୍ର ଘଟଣାସ୍ଥଳରେ ଉଭୟ ସେନା ମୁଖ୍ୟ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରିତ କରିଥିଲେ।

ଅନୁରୂପଭାବେପୂର୍ବରୁ ୨୦୧୭ ଅଗଷ୍ଟ ୧୫ରେ ଏହି ଅଞ୍ଚଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାବେଳେ ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାକି ଦୀର୍ଘ ୭୩ ଦିନ ଧରି ଚାଲିଥିଲା।