ବେଆଇନ ବାଲିଘାଟରେ କମିସନରେଟ ପୁଲିସର ଚଢ଼ଉ: ୭ ଟ୍ରାକ୍ଟର ଜବତ, ୧୧ ଅଟକ

କଟକ,ଏନ୍ଏନ୍ଏସ୍: କମିସନରେଟ ପୁଲିସ ପକ୍ଷରୁ ଆଜି ବେଆଇନ ବାଲିଘାଟରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ପୁଲିସ ୭ଟି ଟ୍ରାକ୍ଟର ଜବତ କରିବା ସହ ୧୧ ଜଣକୁ ଅଟକ ରଖିଛି। ସୂଚନା ଅନୁସାରେ, କଟକ ଜିଲ୍ଲା ଗୋପାଳପୁରର ପାଇକସାହି ବାଲିଘାଟରେ ବେଆଇନ ବାଲି ଚାଲାଣ ହେଉଥିବାର ଅଭିଯୋଗ ଆସିଥିଲା। ଏକ ବିଶେଷ ସୂତ୍ରରୁ ଖବରପାଇ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯିବା ସହ ବେଆଇନ ବାଲି ଚାଲାଣ ଅଭିଯୋଗରେ ୭ଟି ଟ୍ରାକ୍ଟର ଏବଂ ୧୧ ଜଣକୁ ଅଟକ ରଖାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।