ବିଦ୍ୟୁତ୍ ଆଘାତରେ ଜଣେ ଜବାନ ମୃତ ଅନ୍ୟ ଜଣେ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡାରେ ଆଜି ଏକ ଅଘଟଣ ଘଟିଛି। ଏସଏସବିଏନ ୪ର୍ଥ ବାଟାଲିୟନସ୍ଥିତ ଏକ ପୁଲିସ କ୍ୟାମ୍ପରେ ରବିବାର ସକାଳେ ଦୁଇ ଜବାନ ବିଦ୍ୟୁତ୍ କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ  ଆସିଥିଲେ। ସେଠାରୁ ତାଙ୍କ ସାଥି ଜବାନ ସେମାନଙ୍କୁ ଉଦ୍ଧାର କରି ମାଥିଲି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଚିକିତ୍ସା ସମୟରେ ଜବାନ ରାହୁଲ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜବାନଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ମାଥିଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।