ବାଙ୍ଗଲାଦେଶରେ ଖାସ୍ ଢଙ୍ଗରେ ହେବ ମୋଦୀଙ୍କ ସ୍ୱାଗତ

ଢାକା: ବାଙ୍ଗଲାଦେଶର ମୁକ୍ତିଗ୍ରାମରେ ଭାରତର ଏକ ପ୍ରମୁଖ ସ୍ଥାନ ରହିଛି। ସେଥିପାଇଁ ବାଙ୍ଗଲାଦେଶର ସ୍ୱାଧୀନତାର ସ୍ୱର୍ଣ୍ଣିମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖାସ୍ ଅତିଥୀ ରୂପେ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମାର୍ଚ୍ଚ ୨୬ରେ ମୋଦୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ସହ ନିଜ ପୈତୃକ ବାସଭବନକୁ ମଧ୍ୟ ନେବେ ବୋଲି ସୂଚନା ମିଳିଛି।

ନିର୍ଦ୍ଧାରିତ ଯାତ୍ରା କାର୍ଯ୍ୟକ୍ରମ ମୁତାବିକ, ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୨୬ ସକାଳ ୧୧ଟାରେ ବାଙ୍ଗଲାଦେଶ ପହଂଚିବେ। ଶେଖ ହସିନା ଶାହା ବଲାଲ ବିମାନବନ୍ଦରରେ ମୋଦୀଙ୍କୁ ସ୍ୱାଗତ କରିବେ। ୩୬ ଘଣ୍ଟାରୁ କମ୍ ସ୍ଥିର ହୋଇଥିବା ମୋଦୀଙ୍କ ଏହି ଗସ୍ତରେ ଶେଖ୍ ହସିନା ତାଙ୍କ ସହ ୮ ଘଣ୍ଟା ରହିବେ।