ଫୁଲବାଣୀ ନଗର ସଭାପତି ହେଲେ ପାର୍ଥ ବିଶ୍ୱାଳ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ବ୍ଲକ୍ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି। ଫୁଲବାଣୀ ପୌରପରିଷଦର ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଯୁବନେତା ପାର୍ଥସାରଥୀ ବିଶ୍ୱାଳ। ଆଜି ତାଙ୍କୁ ଦଳର ଯୁବନେତାମାନେ ସ୍ୱାଗତ କରିଥିଲେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ , କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ଯୁବ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଫୁଳବାଣୀ ବିଧାୟକ ଅଙ୍ଗଦ କହଁର , ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର ଓ ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁଚରଣ ମଲିକଙ୍କୁ କୃତଜ୍ଞତା ଜଣାଯାଇଛି।